Advertisment

ଓଲଟିଲା ଯାତ୍ରୀ ବାହି ବସ୍‌, ୧୦ରୁ ଅଧିକ ଆହାତ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀ ବାହି ବସl ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକ ଆହାତ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ପିକନିକ୍ ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା।

Advertisment

ଆହତ ମାନଙ୍କୁ ପୁରୁଷୋତ୍ତମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛିl ତେବେ ଭଦ୍ରକରୁ ୪୫ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ ଟି ତାରାତାରିଣୀ ଦର୍ଶନ ସାରି ଚିଲିକା ଅଭିମୁଖେ ଯିବା ସମୟରେ ଦୁର୍ଘଟଣା ଘଟିଛିl

ଏଥିରେ ଅଧିକାଂଶ କଲେଜ ପଢୁଆ ଛାତ୍ରଛାତ୍ରୀ ରହିଥିବା ଜଣାବଡ଼ିଛି। ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ମେଡିକାଲରେ ଭର୍ତ୍ତି କରିଛି।

Advertisment
Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe