Advertisment

ଚଢିଗଲା ଲୁହା ପଥର ବୋଝେଇ ଟ୍ରକ: ଜଣେ ମୃତ, ୩ ଗୁରୁତର

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ସାଳପଡ଼ା ମହିଳା ମହାବଦ୍ୟାଳୟ ନିକଟରେ ମର୍ମନ୍ତୁଦ ଶଡ଼କ ଦୃର୍ଘଟଣା।

author-image
Biswajit Samal
truck accident

truck accident

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ସାଳପଡ଼ା ମହିଳା ମହାବଦ୍ୟାଳୟ ନିକଟରେ ମର୍ମନ୍ତୁଦ ଶଡ଼କ ଦୃର୍ଘଟଣା ହୋଇଛି। ଲୁହା ପଥର ବୋଝେଇ ଟ୍ରକ ଭାରାସାମ୍ୟ ହରାଇ ଦୁଇଟି ବାଇକ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ ମାନେ ହେଉଛନ୍ତି ରାଇତଳାର ସାଇଙ୍କୁଳ ଅଞ୍ଚଳ ବୋଲି ଯଣାପଡ଼ିଛି।

Advertisment

ଆଜି ମଧ୍ୟାହ୍ନ ସମୟରେ ସାଳପଡ଼ା ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ଆରମ୍ଭ ହୋଇଥିଲା। ସେଇ ସମୟରେ ଲୁହାପଥର ବୋଝେଇ ଟ୍ରକଟି ମହିଳା ମହାବଦ୍ୟାଳୟ ପଟରୁ ଆସୁଥିଲା ଓ ବିପରିତ ଦିଗରୁ ଦୁଇଟି ବାଇକ୍‌ରେ ଚାରି ଜଣ ଲୋକ ଆସୁଥିଲେ। ଠିକ୍‌ ସେଇ ସମୟରେ ଟ୍ରକଟି ନିୟନ୍ତ୍ରଣ ହରାଇ ବାଇକ୍‌ ଉପରେ ଛଢି ଯାଇଥିଲା। ତେବ ଘଟଣା ସ୍ଥଳରେ ଟ୍ରକ ଚକା ତଳେ ଚାପି ହୋଇ ଜଣଙ୍କର ମୃତ ହୋଇଛି। ବାଇକ୍‌ରେ ଆସୁଥିବା ଅନ୍ୟ ତିନିଜଣଙ୍କୁ ସ୍ଥାନିୟ ଲୋକ ଉନ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Truck Accident