Advertisment

ଲାଇନଚ୍ୟୁତ ହେଲା ପାସେଞ୍ଜର ଟ୍ରେନ୍‌

ଗାଡ଼ି ନମ୍ବର 08504 ବିଶାଖାପଟନମ ନିକଟ କତଵାଲାସା ନିକଟରେ ଆଜି ସନ୍ଧ୍ୟାରେ ଟ୍ରାକ୍‌ରୁ ବାହାରି ଯାଇଛି।

Train

Train

Advertisment

ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର 08504 ବିଶାଖାପଟନମ ନିକଟ କତଵାଲାସା ନିକଟରେ ଆଜି ସନ୍ଧ୍ୟାରେ ଟ୍ରାକ୍‌ରୁ ବାହାରି ଯାଇଛି।

Advertisment

ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲେ। ତଥାପି ଗାଡ଼ିର ସମସ୍ତ ବଗି ଓ ଏହା ମଧ୍ୟରେ ଥିବା ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ବେଶ କିଛି ସମୟ ଉକ୍ତ ରୁଟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Advertisment

ରେଳବାଇ ପୁଲିସ୍‌ ଓ ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ଟ୍ରେନକୁ ଟ୍ରାକ୍‌କୁ ଆଣିଥିଲେ। ଏହାପରେ ଇଞ୍ଜିନରେ ଆବଶ୍ୟକ ମରାମତି କରାଯାଇଥିଲା। ଶେଷରେ ଉକ୍ତ ରାସ୍ତାରେ ଟ୍ରେନ ଚଳରଚଳ ସ୍ୱାଭାବିକ ହୋଇଥିଲା।

Odisha Train Accident Visakhapatnam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe