Advertisment

ଚଳନ୍ତା ବସରୁ ପାନ ଛେପ ପକାଉଥିଲେ, ଖସି ପଡ଼ି ଚାଲିଗଲା ଜୀବନ

ପାନ ଛେପ ପକାଇବାକୁ ଖୋଲିଥିଲେ ବସ ଝରକା। ଭାରସାମ୍ୟ ହରାଇ ଖସି ପଡ଼ିଲେ। ମୃତ ବ୍ୟକ୍ତିଙ୍କ ବୟସ ୪୫ ବୋଲି ଜଣାପଡ଼ିଛି।

Representational Image

Representational Image

Advertisment

ବସଯାତ୍ରା ସମୟରେ ପାନ ଖାଇବା ହେଲା କାଳ। ଝରକା ଖୋଲି ଛେପ ପକାଇବା ସମୟରେ ଚଳନ୍ତା ବସରୁ ଖସି ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ବୟସ ୪୫ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜମଗଡ଼ରୁ ଲକ୍ଷ୍ନୌ ଯାଉଥିବା ଏକ ବସରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ ଏହି ଘଟଣା ଶନିବାର ସକାଳ ପ୍ରାୟ ୧୦.୩୦ ସମୟରେ ଘଟିଥିଲା। ଯେତେବେଳେ ବସ୍ ବଲଦିରାଇ ଥାନା ଅନ୍ତର୍ଗତ ବିହି ଗ୍ରାମ ନିକଟରେ ପହଞ୍ଚିଥିଲା, ସେତେବେଳେ ଜଣେ ଯାତ୍ରୀ ପାନ ଛେପ ପକାଇବା ପାଇଁ ଚଳନ୍ତା ବସର ଝରକା ଖୋଲିଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ବସରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଧିକାରୀ ଜଣକ କହିଛନ୍ତି ଯେ ଏହି ବସ୍‌କୁ ତୁରନ୍ତ ଅଟକାଇ ଦିଆଯାଇଥିଲା ଏବଂ ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ଅଧିକାରୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା।

ବଲଦିରାଇ ଷ୍ଟେସନ ହାଉସ ଅଫିସର (SHO) ଧୀରଜ କୁମାର କହିଛନ୍ତି ଯେ ୟୁପିଇଆଇଡିଏ କର୍ମଚାରୀ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସରୁ ଖସି ପଡ଼ିଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଲକ୍ଷ୍ନୌର ଚିନହଟ ଅଞ୍ଚଳର ବାସିନ୍ଦା ରାମ ଜିୟାବନ୍ ବୋଲି ଜଣାପଡିଛି। ତାଙ୍କ ପତ୍ନୀ ସାବିତ୍ରୀ ମଧ୍ୟ ତାଙ୍କ ସହ ବସ୍‌ରେ ଯାତ୍ରା କରୁଥିଲେ। ଅଧିକ ଅନୁସନ୍ଧାନ ପାଇଁ ବସକୁ ଥାନାକୁ ନିଆଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment
Accident Uttar Pradesh Road Accident UP Accident Passenger Falls To Death From Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe