Advertisment

ପ୍ଲାଟଫର୍ମରେ ପଶୁଥିଲା ଟ୍ରେନ୍‌, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେବେ ଇଲେକ୍ଟ୍ରି ତାର ଯୋଗୁ ବିଭିନ୍ନ ସ୍ଥାନରେ ଚାର୍ଜ ହୋଇଯାଇଥିଲା ।

Train

Train

Advertisment

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଟ୍ରେନ୍। ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେବେ ଇଲେକ୍ଟ୍ରି ତାର ଯୋଗୁ ବିଭିନ୍ନ ସ୍ଥାନରେ ଚାର୍ଜ ହୋଇଯାଇଥିଲା ।

Advertisment

ବଗିଗୁଡ଼ିକରେ ଥିବା ବୈଦ୍ୟୁତିକ ସରଞ୍ଜାମ ଗୁଡିକ ଚାର୍ଜ ହୋଇଯାଇଥିବା ବେଳେ ତାହା ଫୁଟିବାକୁ ଲାଗିଥିଲା । ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମରାମତି କରିଥିଲେ। ପ୍ରାୟ ଅଢେଇ ଘଣ୍ଟା ପରେ ଟ୍ରେନଟି ପ୍ଲାଟଫର୍ମ ଛାଡିଥିଲା । ଏହି ଦୁର୍ଘଟଣାରେ କୌଣସି ବି ଯାତ୍ରୀ ଆହତ ହୋଇ ନ ଥିବା ଜଣାଯାଇଛି। 

Advertisment
Jharsuguda Train Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe