/odisha-reporter/media/post_attachments/uploadimage/library/16_9/16_9_0/Kuchinda_1700744261.jpeg)
Kuchinda
ରାସ୍ତାରେ ବିଭିନ୍ନ ସ୍ଥାନରେ ଅନେକ ସମୟରେ ଯାନବାହାନ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଲୋକେ ଆହତ ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କିଛି ଲୋକ ଉଦ୍ୟମ କରିଥା’ନ୍ତି। କିନ୍ତୁ ଆଉ କିଛି ଲୋକ ଦୁର୍ଘଟଣାଗ୍ରସ୍ତ ଯାନବାହନରେ ଥିବା ଜିନିଷପତ୍ର ନେଇ ଯାଉଥିବା ଦେଖିବାକୁ ମିଳେ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଧୀନ ବଡ଼ରମା ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଟମାଟୋ ବେଝେଇ ଟ୍ରକ୍ ଓଲଟି ପଡ଼ିବା ପରେ ଲୋକେ ଟମାଟୋ ବୋହି ନେଇଥିଲେ।
ସୂଚନା ଅନୁସାରେ ଆଜି ସକାଳେ ସମ୍ବଲପୁରରୁ ଜମନକିରା ଅଭିମୁଖେ ଏକ ଟମାଟୋ ବୋଝେଇ ଟ୍ରକ୍ ଯାଉଥିଲା। ଟ୍ରକ୍ଟି ଜମନକିରା ଥାନା ବଡ଼ରମା ନିକଟ ଆମ୍ବଲାଙ୍ଗ ସ୍ଥିତ ପିଠାମାରେନ ବୁଲାଣି ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପଟେ ସ୍ଥାନୀୟ ଲୋକେ ବସ୍ତା, ବ୍ୟାଗ ଓ ଗାମୁଛାରେ ଟମାଟୋ ବୋହି ନେଇଯାଉ ଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
