Advertisment

କ୍ରିକେଟ୍‌ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ପିଜି ଛାତ୍ର

ବ୍ରହ୍ମଗିରି ସାତପଡ଼ା ଅଞ୍ଚଳର ଓଁ ପ୍ରସାଦ ଜେନା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପିଜିର ଦ୍ଵିତୀୟ ବର୍ଷରେ ପଢୁଥିଲେ। ଆଜି ସେ ବିଷ୍ଣୁପୁରୁଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ସାଥୀଙ୍କ ସହ ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ। ହଠାତ୍‌ ପଡ଼ିଆରେ ଟଳି ପଡ଼ିଲେ ପିଜି ଛାତ୍ର। ଆଜି ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

ବ୍ରହ୍ମଗିରି ସାତପଡ଼ା ଅଞ୍ଚଳର ଓଁ ପ୍ରସାଦ ଜେନା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପିଜିର ଦ୍ଵିତୀୟ ବର୍ଷରେ ପଢୁଥିଲେ। ଆଜି ସେ ବିଷ୍ଣୁପୁରୁଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଇଥିଲେ। ପଡ଼ିଆରେ ଖେଳୁଥିବା ବେଳେ ହଠାତ୍‌ ତଳେ ପଡି ଯାଇଥିଲେ। ସାଥୀ ଖେଳାଳିମାତେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଛାତ୍ରଙ୍କ ମୃତ୍ୟୁରେ ସହପାଠି ଓ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Accident Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe