Advertisment

ଗଛରେ ପିଟିହେଲା ବାଇକ୍‌, ଆଖି ବୁଜିଲେ ପିଜି ଛାତ୍ର

ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍‌। ବାଇକ୍‌ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।

author-image
Niharika Rout
Accident

Accident

ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍‌। ବାଇକ୍‌ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ। ଏପରି ଏକ ଦୁଃଖଦ ଘଟଣା ଗତ ରାତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଘଟିଛି।

Advertisment

ମୃତ ଛାତ୍ରଜଣକ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପିଜି ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ପ୍ରଧାନ । ତାଙ୍କ ଘର ବରଗଡ ଜିଲ୍ଲା କୁର୍ଲା ଗ୍ରାମରେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗରେ ପିଜି ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ।

ଗତକାଲି ବିଳମ୍ବିତ ରାତିରେ ସାହିଲ ଛାତ୍ରାବାସକୁ ବାଇକ୍‌ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିଶ୍ୱବିଦ୍ୟାଳୟ ପରିସରରେ ସାହିଲ ଯାଉଥିବା ବେଳେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା । ଫଳରେ ସେ ବାଇକରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ।

Advertisment

ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ । ସାହିଲଙ୍କ ବିୟୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Accident Sambalpur