Advertisment

ଆଇଚରକୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ, ସାମନାରୁ ପିଟିଲା ଟ୍ରେଲର

ଆଜି ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଆସୁଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଲେଶ୍ୱର ଜିଲ୍ଲା ହଳଦିପଦାରେ ଆଜି ସକାଳୁ ଏକ ସିରିଜି ଦୁର୍ଘଟଣା ଘଟିଛି। ଏକ ଆଇଚରକୁ ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ହୋଇଥିଲା। ଏହାପରେ ସାମନା ପଟୁ ଆସୁଥିବା ଏକ ଟ୍ରେଲରଟି ଭ୍ୟାନ୍‌କୁ ପିଟିଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

Advertisment

ଆଜି ଭୋରରୁ ସୋର ଅଞ୍ଚଳରୁ ଏକ ପିକ୍‌ଅପ୍‌ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ଗାଡ଼ିଟି ହଳଦିଆ ଅଞ୍ଚଳରେ ଯାଉଥିବା ବେଳେ ରାଜଧାନୀ ଢାବା ନିକଟରେ ଏକ ଆଇଚର ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ଗାଡ଼ିଟି ପଶ୍ଚିମବଙ୍ଗ ପଟୁ ବାଲେଶ୍ୱର ଆଡ଼କୁ ଆସୁଥିବା ଏକ ଟ୍ରେଲରକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ପିକ୍‌ଅପ୍‌ରେ ଥିବା ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ପିକ୍‌ଅପ୍‌ରେ ଥିବା ଗୋରୁମାନେ ସୁରକ୍ଷିତ ଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe