Advertisment

ଦୁଇଟି ବାଇକ୍‌କୁ ଧକ୍କା ଦେଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୮ ଷଣ୍ଢ ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।

author-image
Niharika Rout
Accident

Accident

ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସୁନ୍ଦୁରୀ ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌କୁ ଧକ୍କା ଦେଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।

Advertisment

ସାହାସପୁରା ଅଞ୍ଚଳରୁ ଏକ ପିକଅପରେ ୧୫ରୁ ଊର୍ଦ୍ଧ୍ୱ ଷଣ୍ଢ ଚାଲାଣ ହେଉଥିଲା। ବାଲେଶ୍ୱରର ସୁନ୍ଦୁରୀ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ସମ୍ମୁଖ ଦିଗରୁ ଆସୁଥିବା  ଦୁଇଟି ବାଇକ୍‌କୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ପିକ୍‌ଅପ୍‌ରେ ଥିବା ଷଣ୍ଢମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୮ ଷଣ୍ଢଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ବେଳେ ପିକ୍‌ଅପ୍‌ ଡ୍ରାଇଭର ଓ ହେଲପରଙ୍କୁ କାବୁ କରି ପ୍ରବଳ ପିଟିଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment

ବାଲେଶ୍ୱରରେ ସବୁବେଳେ ଗୋରୁ ଚାଲାଣ ରାକେଟ ସକ୍ରିୟ ରହୁଥିବା ବେଳେ ତାହାକୁ ରୋକିବାକୁ ପୁଲିସ୍ କଠୋର ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Balasore Accident