Advertisment

ପିକ୍‌ନିକ୍‌ ଯିବା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୫ ଗୁରୁତର

ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା।

author-image
Niharika Rout
Accident

Accident

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକନିକ୍‌ ପାଇଁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ୪ ଜଣ ମହିଳା ଅଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧୀନ ହଳଦୀ ଗାଁରୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ପିକ୍‌ଅପ୍‌ ଭ୍ୟାନ୍ ଯୋଗେ କଳାହାଣ୍ଡି ଜିଲ୍ଲା ଗୁରୁଜୀମୁଣ୍ଡାକୁ ପିକ୍‌ନିକ୍‌ ପାଇଁ ଯାଉଥିଲେ। ମାତ୍ର ଗାଡ଼ିଟି ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା।

ତୁରନ୍ତ ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭ୍ୟାନ୍‌ ଭିତରୁ ୧୫ ଜଣଙ୍କୁ ବାହାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ସେମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment
Accident Balangir