Advertisment

ଟିଉସନରୁ ଫେରୁଥିଲେ ୩ ଛାତ୍ର, ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ତିନି ଛାତ୍ର ଆଜି ଚକୁଳେଶ୍ୱର ଗ୍ରାମରୁ ଟିଉସନ ସାରି ଏକ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ରଣ ଶଙ୍ଖ ଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Accident Spot

Accident Spot

Advertisment

ଟିଉସନ ସାରି ହସଖୁସିରେ ଘରକୁ ଫେରୁଥିଲେ। ମାତ୍ର ଖୁସି ସହିଲାନି ଦଇବ । ଘରେ ପହଞ୍ଚିବା ପୂର୍ବରୁ ହିଁ ବାଟରେ ଜଗିଥିଲା ଯମ । ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦଶମ ଶ୍ରେଣୀର ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣ ଶଙ୍ଖଠାରେ ଘଟିଛି ।

Advertisment

ମୃତ ଛାତ୍ରମାନେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେମାନଙ୍କ ନାଁ ଜଣାପଡ଼ିନି। ସେମାନଙ୍କ ଘର ହରିଦାସପୁର ଓ ଶୁଖୁଆଖଳାରେ ବୋଲି ଜଣାଯାଇଛି।

ତିନି ଛାତ୍ର ଆଜି ଚକୁଳେଶ୍ୱର ଗ୍ରାମରୁ ଟିଉସନ ସାରି ଏକ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ। ମାତ୍ର ରଣ ଶଙ୍ଖ ଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment

ଆଉ ଜଣେ ଗୁରୁତର ଛାତ୍ରଙ୍କୁ ପ୍ରଥମେ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଖି ବୁଜି ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।

ଦୁଇ ମୃତ ଛାତ୍ରଙ୍କୁ ବାଙ୍କି ମେଡିକାଲରେ ରଖାଯାଇଥିବା ବେଳେ କାନ୍ଦି ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Cuttack Road Accident Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe