/odisha-reporter/media/post_attachments/uploadimage/library/16_9/16_9_0/Accident_1694775969.jpg)
Accident
ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି କାନାଡା ବ୍ୟାଙ୍କ୍ ନିକଟରେ ଏକ ପିକ୍ଅପ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନାଦି ନାୟକ। ତାଙ୍କ ଘର ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ।
ଅନାଦି କେରଳରେ ରହି କାମ କରନ୍ତି। ସେ ତିନି ଦିନ ତଳେ ଘରକୁ ଫେରିଥିଲେ। ଆଜି ମଧ୍ୟାହ୍ନରେ ସେ ବାଇକ୍ ଯୋଗେ ଛେଳିଗଡ଼ରୁ ପାଢ଼ୀଗାଁକୁ ଯାଉଥିଲେ। ପାଢ଼ୀଗାଁରେ ତାଙ୍କ ଶ୍ୱଶୁରଙ୍କ ଘର। ସେଠାରେ ତାଙ୍କ ପତ୍ନୀ ଓ ଛୁଆ ଥିବାରୁ ସେମାନଙ୍କୁ ଭେଟିବାକୁ ଯାଉଥିଲେ ଅନାଦି। ହେଲେ ଚନ୍ଦ୍ରଗିରି କାନାଡା ବ୍ୟାଙ୍କ ନିକଟସ୍ଥ ବୁଲାଣି ରାସ୍ତାରେ ଏକ ପିକ୍ଅପ୍ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ମୋହନାରୁ ପାରଳାଖେମୁଣ୍ଡିକୁ ଯାତାୟତ ବନ୍ଦ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ସେମାନେ ମାନି ନଥିଲେ। ୟା ଭିତରେ ଧକ୍କା ଦେଇଥିବା ପିକ୍ଅପ୍ ଗାଡ଼ିର ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ଉପସ୍ଥିତିରେ ସେ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୋକ ହଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
