Advertisment

ଅଟୋକୁ ଧକ୍କା ଦେଲା ପିକ୍‌ଅପ୍‌

ଆହତମାନେ ଏକ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ।

author-image
Jitendra Garnayak
Accident

Accident

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ଧୂମାଭଟା ରାସ୍ତାର ଚିଙ୍ଗେରବନ୍ଧ କପାମିଳ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବାରୁ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୮ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। 

Advertisment

ଆହତମାନେ ଚିଙ୍ଗେରବନ୍ଦ ଗାଁର ବାସିନ୍ଦା। ଆଜି ସନ୍ଧ୍ୟାରେ ଅଟୋରେ ବେଗଲାବନ୍ଦ ଗାଁକୁ ଏକ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ହେଲେ କପାମିଳ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା।

ସମସ୍ତ ଆହତଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡ଼େକ

Accident Road Accident