Advertisment

ସଂକୀର୍ତ୍ତନିଆଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ଜଣେ ମୃତ, ୧୯ ଆହତ

ଆହତଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ହାତ ଭାଙ୍ଗି ଥିବା ଜଣାପଡ଼ିଛି।

author-image
Jitendra Garnayak
Accident

Accident

ସଂକୀର୍ତ୍ତନ କରିବା ପାଇଁ ଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତାହତମାନେ ସୁନ୍ଦରଗଡ଼ ଜିଲ୍ଲା କେନାପାଲି ଗାଁର। ମୃତକଙ୍କ ନାଁ ସୁବଳ ପଟେଲ। ତାଙ୍କୁ ୬୦ ବର୍ଷ ହୋଇଥିଲା।

Advertisment

କେନାପାଲି ଗାଁରୁ ଆଜି ୨୦ ଜଣ ସଂକୀର୍ତ୍ତନିଆ (ପୁରୁଷ ଓ ମହିଳା) ଝାରସୁଗୁଡ଼ା ଜିଲ୍ଲା ତାଲପଟିଆକୁ ଯାଉଥିଲେ। ସେମାନେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଯାଉଥିବା ବେଳେ ଭଷ୍ମା ଥାନା ଅନ୍ତର୍ଗତ ଗୁଲଠା ନିକଟରେ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ସୁବଳ ପଟେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମଙ୍ଗସପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ହାତ ଭାଙ୍ଗି ଥିବା ଜଣାପଡ଼ିଛି।

Advertisment

ସୁନ୍ଦରଗଡ଼ରୁ ଦେବବ୍ରତ ଜେନାଙ୍କ ରିପୋର୍ଟ

Accidenr