Advertisment

ବନ ବିଭାଗ ଚେକ୍ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଲା ପିକ୍‌ଅପ୍ ଭ୍ୟାନ୍‌, ୩ ଗୁରୁତର

ପିକ୍‌ଅପ୍ ଭ୍ୟାନ୍‌ଟି ବାଲେଶ୍ୱର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

Accident

Accident

Advertisment

‍ବନ ବିଭାଗର ଚେକ ପୋଷ୍ଟକୁ ଧକ୍କା ଦେଇ ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୩୦ ଫୁଟ୍ ତଳେ ଖସି ପଡ଼ିଛି। ଆଜି ଭୋରରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। 

Advertisment

ପିକ୍‌ଅପ୍ ଭ୍ୟାନ୍‌ଟି ବାଲେଶ୍ୱର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ରାଜଘାଟ ନିକଟରେ ଏହା ଭାରସାମ୍ୟ ହରାଇ ବନ ବିଭାଗର ଚେକ୍‌ ପୋଷ୍ଟକୁ ଧକ୍କା ଦେଇ ରାସ୍ତାରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। 

ଏହି ଦୁର୍ଘଟଣା ଘଟିବା ବେଳେ ଚେକ୍‌ପୋଷ୍ଟରେ ବନ ବିଭାଗର ୩ ଜଣ କର୍ମଚାରୀ ଥିଲେ। ସେମାନେ ଗୁରୁତର ଆହତ ହୋଇଛନ୍ତି। ବସ୍ତା ପୁଲିସ୍ ଓ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରୁ ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଦୁର୍ଘଟଣା ଘଟିବା ପରେ ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି। 

ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ 

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe