Advertisment

ପିକ୍‌ଅପ୍‌-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ପ୍ରସାଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରେବତୀ ଚିକିତ୍ସାଧୀନ ଅବସ୍ଥାରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଣ ହରାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Bike

Bike

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ଫାଣ୍ଡି ଝାଡ଼କୁସୁମୀ ଛକ ନିକଟରେ ଏକ ପିକଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ପ୍ରସାଦ ଭତରା ଓ ରେବତୀ ଯାନୀ।

Advertisment

ପ୍ରସାଦ ଓ ରେବତୀ କୌଣସି କାମରେ ବାଇକରେ ମୈଦଲପୁରରୁ ପାପଡ଼ାହାଣ୍ଡି ଆଡ଼କୁ ଯାଉଥିଲେ। ସେଇ ସମୟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। 

ପ୍ରସାଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରେବତୀ ଚିକିତ୍ସାଧୀନ ଅବସ୍ଥାରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଣ ହରାଇଥିଲେ। ପାପଡ଼ାହାଣ୍ଡି ପୁଲିସ ପିକଅପ ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଓ ହେଲ୍ପରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। 

Advertisment
Accident Roadaccident