Advertisment

ଚାନ୍ଦା ମାଗୁଥିଲେ, ବ୍ରେକ୍‌ ମାଗିବାରୁ ବ୍ରିଜ୍‌ ତଳକୁ ଖସି ପଡ଼ିଲା ପିକ୍‌ଅପ୍‌

ଅନୁଗୋଳ ଜିଲ୍ଲା ଆଠମଲିକ୍‌ ଥାନା ଅନନ୍ତପାଲି ଗାଁର ଟୁନା ସାହୁ ଓ ପ୍ରମୋଦ ଭୁକ୍ତା ଗୋଟିଏ ମ୍ୟାକ୍ସ ପିକ୍‌ଅପ୍‌ରେ ଧାନ ବୋଝେଇ କରି ବୌଦ୍ଧ ଜିଲ୍ଲାର ଏକ ରାଇସ୍‌ ମିଲ୍‌କୁ ଯାଉଥିଲେ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ହାଟଗାଁ ନିକଟ କିଛି ବ୍ୟକ୍ତି ଚାନ୍ଦା ପାଇଁ ଗାଡି ଅଟକାଇବାକୁ କହିଥିଲେ।

author-image
Manoranjan Sial
Boudh

Boudh

ପୂଜା ଚାନ୍ଦା ମାଗୁଥିଲେ। ଡ୍ରାଇଭର୍‌ ହଠାତ୍‌ ବ୍ରେକ୍‌ ମାରିବାରୁ ଧାନ ବୋଝେଇ ମାକ୍ସ ପିକ୍‌ଅପ୍‌ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ସଦର ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ଅନୁଗୋଳ ଜିଲ୍ଲା ଆଠମଲିକ୍‌ ଥାନା ଅନନ୍ତପାଲି ଗାଁର ଟୁନା ସାହୁ ଓ ପ୍ରମୋଦ ଭୁକ୍ତା ଗୋଟିଏ ମ୍ୟାକ୍ସ ପିକ୍‌ଅପ୍‌ରେ ଧାନ ବୋଝେଇ କରି ବୌଦ୍ଧ ଜିଲ୍ଲାର ଏକ ରାଇସ୍‌ ମିଲ୍‌କୁ ଯାଉଥିଲେ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ହାଟଗାଁ ନିକଟ କିଛି ବ୍ୟକ୍ତି ଚାନ୍ଦା ପାଇଁ ଗାଡି ଅଟକାଇବାକୁ କହିଥିଲେ। ସେତେବେଳେ ଗାଡ଼ିର ବେଗ ଅଧିକ ଥିବା ସତ୍ତ୍ୱେ ଡ୍ରାଇଭର୍‌ ସୁଶାନ୍ତ ହଠାତ୍‌ ବ୍ରେକ୍‌ ମାରିଥିଲେ। ଯେଉଁଥିପାଇଁ ମ୍ୟାକ୍ସ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ରୁ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା।

ବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ଟୁନା ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରମୋଦ ଭୁକ୍ତା ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେପଟେ ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିଲା।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Accident Roadaccident Angul