Advertisment

ଖଣ୍ଡାଧାର ବୁଲିବାକୁ ଯାଉଥିଲେ, ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌

ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବଣାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରେଲା ସରକାରୀ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

author-image
Manoranjan Sial
Accident

Accident

ଆଜି ସ୍ୱାଧୀନତା ଦିବସ ଛୁଟି ଥିବାରୁ ଖଣ୍ଡାଧାର ବୁଲିବାକୁ ଯାଉଥିଲେ। ହେଲେ ଦୁର୍ଭାଗ୍ୟକୁ ରାସ୍ତା ପାର୍ଶ୍ୱ ଗଛରେ ପିଟି ଯାଇଥିଲା ପିକ୍‌ଅପ୍‌ ଭ୍ୟାନ୍‌। ଯାହାଫଳରେ ୮ ଜଣ ବିହାରୀ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

Advertisment

ଲହୁଣୀପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ଜଣେ ଠିକାଦାର ୮ ଜଣ କର୍ମଚାରୀଙ୍କୁ ଧରି ଖଣ୍ଡାଧାର ବୁଲିବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଉଥିଲେ। ତେବେ ଅପରାହ୍ନରେ ପିକ୍ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ଦ୍ରୁତ ଗତିରେ ଯାଉଥିବା ବେଳେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟିହୋଇ ଯାଇଥିଲା। ଭ୍ୟାନ୍‌ରେ ଥିବା ୮ ଜଣ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବଣାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରେଲା ସରକାରୀ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ବାକି ଦୁଇ ଜଣ ବଣାଇରେ ଚିକିତ୍ସିତ ହେଉଛନ୍ତି।

Advertisment

ଆହତ ହୋଇଥିବା କର୍ମଚାରୀମାନେ ବିହାର ରାଜ୍ୟର। ରାଉରକେଲା ସ୍ଥାନାନ୍ତରିତ ହୋଇଥିବା ଆହତମାନେ ହେଲେ- ବିଜୟ କୁମାର, ନିରଜ କୁମାର, ଦିଲ୍ଲୀଖୁସ କୁମାର, ସମୀର କୁମାର, ବରିଷ୍ଟ କୁମାର ଓ ଲୋକେଶ କୁମାର। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପିକ୍‌ଅପ୍‌ ଭ୍ୟାନ୍‌ଟିକୁ ଉଦ୍ଧାର ତଦନ୍ତ ଚଳାଇଛି।

ରିପୋର୍ଟ-ବଣାଇରୁ ରଞ୍ଜିତ ଚୌଧୁରୀ

Roadaccident Sundargarh Road Accident