Advertisment

ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌, ଜଣେ ମୃତ

ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଜୁଆଳିକଟା ଛକ ନିକଟରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଛି।

Advertisment

୧୦ଟି ଗୋରୁ ନେଇ ପିକ୍‌ଅପ୍ ଭ୍ୟାନ୍‌ଟି ଠାକୁରମୁଣ୍ଡାରୁ କରଞ୍ଜିଆ ଆଡ଼କୁ ଯାଉଥିବା ବେଳେ ସକାଳ ପ୍ରାୟ ୮ଟା ବେଳେ ଜୁଆଳିକଟା ଛକ ନିକଟରେ ଓଲଟି ପଡ଼ିଥିଲା।

ଗାଡ଼ିଟି ଓଲଟି ପଡ଼ିବା ପରେ ଡ୍ରାଇଭର ସେଠାରୁ ଖସି ପଳାଇଥିଲେ। କିନ୍ତୁ ଗାଡ଼ିରେ ବସିଥିବା ଆଉ ଜଣେ ବ୍ୟକ୍ତି ତା’ ତଳେ ଚାପି ହୋଇ ରହିଯାଇଥିଲେ। ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ଦୁର୍ଘଟଣାରେ ଆହତ ଗୋରୁଗୁଡ଼ିକୁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଚିକିତ୍ସା କରାଯାଉଛି। ଠାକୁରମୁଣ୍ଡା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାରେ ପ୍ରତ୍ୟେକ ଦିନ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe