Advertisment

ପିକଅପ୍ ଭ୍ୟାନ୍ ଓଲଟି ୨୦ ଯାତ୍ରୀ ଆହତ

ପିକ-ଅପ ଭ୍ୟାନ ରାସ୍ତା କଡ଼କୁ ଓଲଟି ପଡ଼ି ୨୦ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି

author-image
Biswajit Samal
Accident

Accident

ଝରିଗାଁ ଥାନା ମହଣ୍ଡି ଗାଁ ନିକଟରେ ଏକ ପିକ-ଅପ ଭ୍ୟାନ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ସେଥିରେ ଥିବା ୨୦ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରି ଉମରକୋଟ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି।

Advertisment

ସୂଚନା ଅନୁସାରେ ଏକମ୍ବା ଗାଁର ପାଖାପାଖି ୨୫ଜଣ ଲୋକ ଏକ ପିକ-ଅପ ଭ୍ୟାନ ରେ ମହଣ୍ଡି ଗ୍ରାମକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯାଉଥିଲେ। ସେଇ ସମୟରେ ମହଣ୍ଡି ଛକ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଭ୍ୟାନ୍‌ରେ ଥିବା ପାଖାପାଖି ୨୦ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମାନଙ୍କୁ ଦୁଇଟା ଆମ୍ବୁଲାନ୍ସ ଯୋଗେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଦୃର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।

Accident