Advertisment

ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର, ହାଇୱା ଧକ୍କା; ୪୦ଆହତ

ଏକ ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର ଓ ହାଇୱା ଧକ୍କା ହେବା ଫଳରେ ୪୦ଜଣ ଆହତ ହୋଇଛନ୍ତି।

Accident

Accident

Advertisment

ଢେଙ୍କାନାଳ ଜିଲ୍ଲା ମହାବୀରରୋଡ ଥାନା ଭେଜିଆ ଛକରେ ଆଜି ସକାଳୁ ଘଟିଛି ସିରିଜ୍‌ ଦୁର୍ଘଟଣା । ଏକ ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର ଓ ହାଇୱା ଧକ୍କା ହେବା ଫଳରେ ୪୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

‘ନିରୂପମା’ ନାମକ ଏକ ପିକନିକ ବସ୍‌ ଆଜି ସକାଳେ ସମ୍ବଲପୁରରୁ ବଡ଼ଚଣା ଅଞ୍ଚଳକୁ ଫେରୁଥିଲା। ଉକ୍ତ ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଥିଲେ। ସେମାନେ ପିକ୍‌ନିକ୍‌ ସାରି ବଡ଼ଚଣା ଅଞ୍ଚଳରେ ଥିବା ନିଜ ଗାଁକୁ ଫେରୁଥିଲେ।

ମାତ୍ର ମହାବୀରରୋଡ ଥାନା ଭେଜିଆ ଛକରେ ପ୍ରଥମେ ଏକ ହାଇୱା ସହ ବସ୍‌ର ଧକ୍କା ହୋଇଥିଲା । ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ପିଟିଥିଲା।

Advertisment

ଖବର ପାଇ ସ୍ଥାନୀୟ ଲୋକେ ଓ ମହାବିରୋଡ଼ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ତାଳଚେର ସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ହାଇୱା ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Road Accident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe