Advertisment

ବିମାନ ବାଥରୁମରେ ପଡ଼ି ପ୍ରାଣ ହରାଇଲେ ପାଇଲଟ୍, ଯାତ୍ରୀ ଥିଲେ ୨୭୧

ବିମାନର ବାଥରୁମରେ ପଡ଼ିଗଲେ ପାଇଲଟ। ଜରୁରୀ ଅବତରଣ ସତ୍ତ୍ୱେ ବଞ୍ଚି ପାରିଲାନି ଜୀବନ।

author-image
Debibandita Barick
ଅଦ୍ୟତନ ହୋଇଛି
Deceased Captain Ivan Andaur

Deceased Captain Ivan Andaur

ବିମାନର ବାଥରୁମରେ ପଡ଼ି ପାଇଲଟଙ୍କ ମୃତ୍ୟୁ। ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲିକୁ ଯାଉଥିବା ବିମାନରେ ଜଣେ ପାଇଲଟ୍ କ୍ୟାପ୍ଟେନ୍ ଇଭାନ ଆଣ୍ଡ୍ୟୁର ବାଥରୁମରେ ପଡ଼ି ଚେତା ହରାଇଥିଲେ। ତାଙ୍କୁ ବିମାନର କର୍ମଚାରୀମାନେ ତୁରନ୍ତ ଆଶୁ ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କର ଚେତା ଆଉ ଫେରି ନଥିଲା ତେଣୁ କୋ ପାଇଲଟ୍‌ ବିମାନର ଜରୁରୀ ଅବତରଣ କରିଥିଲେ। ବିମାନ ବନ୍ଦରରେ ଅବତରଣ ମାତ୍ରେ ତାଙ୍କୁ ବିଶେଷଜ୍ଞ ଡାକ୍ତର ଦଳ ଚିକିତ୍ସିତ କରିଥିଲେ। ମାତ୍ର ତାଙ୍କୁ ଆଉ ବଞ୍ଚାଇ ପାରି ନଥିଲେ।  

Advertisment

ସୂଚନା ଅନୁସାରେ, ଏକ କମର୍ସିଆଲ୍ ଫ୍ଲାଇଟ୍ ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲିକୁ ଯାଉଥିଲା। ଏଥିରେ କ୍ୟାପ୍ଟେନ୍ ଆଣ୍ଡ୍ୟୁର ପାଇଲଟ୍ ଥିଲେ। ଉଡ଼ାଣର ତିନି ଘଣ୍ଟା ପରେ ସେ ବାଥ୍‌ରୁମ୍‌ ଯାଇଥିଲେ। ସେଠାରେ ସେ ପଡ଼ି ଯାଇଥିଲେ। ତାଙ୍କର ଚେତା ବୁଡ଼ି ଯାଇଥିଲା। ତୁରନ୍ତ ବିମାନର କର୍ମଚାରୀମାନେ ତାଙ୍କର ଆଶୁ ଚିକିତ୍ସା କରିଥିଲେ। ମାତ୍ର ତାଙ୍କ ଚେତା ଫେରି ନଥିଲା। ଫଳରେ କୋ-ପାଇଲଟ୍ ପାନାମାରେ ବିମାନର ଜରୁରୀ ଅବତରଣ କରାଇଥିଲେ। ସେଠାରେ ଆଣ୍ଡ୍ୟୁରଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିନ୍ତୁ ସେ ଆଉ ଉଠି ନଥିଲେ। ବିମାନର ବାଥ୍‌ରୁମ୍‌ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

LATAM ଏୟାରଲାଇନ୍ସ ଏନେଇ ସୂଚନା ଦେଇଛି। ଏୟାରଲାଇନ୍ସ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, "ଘଟଣାକୁ ନେଇ ଆମେ ଗଭୀର ଭାବେ ମର୍ମାହତ। ମୃତ ଆଣ୍ଡ୍ୟୁରଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ୨୫ ବର୍ଷର ସେବା ମଧ୍ୟରେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ, ନିଷ୍ଠା ସମସ୍ତଙ୍କଠାରୁ ଭିନ୍ନ ଥିଲା। ତାଙ୍କ ଅବଦାନ ପାଇଁ ସର୍ବଦା କୃତଜ୍ଞ ରହିବୁ।”

Advertisment
Pilot Collapses Pilot Death