Advertisment

ପିଟିଦେଇ ପଳାଇଲା ଅଜଣା ଗାଡ଼ି, ପୁଲିସ ଏଏସ୍‌ଆଇଙ୍କ ମୃତ୍ୟୁ

ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead ASI

Dead ASI

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡାରେ କୌଣସି ଅଜଣା ଗାଡ଼ି ଧକ୍କାରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Advertisment

ମୃତ ଏଏସ୍‌ଆଇଙ୍କ ନାଁ ମାନସ ସିଂ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ପାଟବେଡ଼ା ଗାଁରେ।

ମାନସ ଅନୁଗୋଳୁ ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଛୁଟିନେଇ ଗତକାଲି ବିଳମ୍ବିତ ରାତିରେ ଘରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କୌଣସି ଗାଡ଼ି ପିଟି ଦେଇ ପଳାଇଥିବା ଜଣାପଡ଼ିଛି।

Advertisment

କିଛି ସ୍ଥାନୀୟ ଲୋକ ମାନସଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମାନସଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ।

ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Odisha Police