Advertisment

ଡ୍ୟୁଟି ସାରି ଘରକୁ ଫେରୁଥିଲେ; କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍‌

କନଷ୍ଟେବଲ ଜଣଙ୍କ ଡ୍ୟୁଟି ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ।

author-image
Tapaswini Nayak
Accident

Accident

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍‌। ଦୁର୍ଘଟଣାରେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା  ତିର୍ତ୍ତୋଲ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି।  ମୃତ  କନଷ୍ଟେବଲ ଜଣଙ୍କ ହେଲେ ସୁରଜା ମୁଣ୍ଡା।ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଥିଲେ ସୁରଜା।

Advertisment

କନଷ୍ଟେବଲ ଜଣଙ୍କ ଡ୍ୟୁଟି ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା।  ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ବସ୍‌ଟି ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। 

Cuttack Road Accident