Advertisment

ପାଣିରେ ବୁଡ଼ି କନେଷ୍ଟବଳ ମୃତ

ଦୀପକ ଭଦ୍ରକର ପିରହାଟ ଥାନାରେ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥତା ପାଇଁ ଛୁଟିରେ ଘରକୁ ଆସିଥିଲେ। ଆଜି ପୋଖରୀକୁ ଗାଧାଇବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
medical

medical

ପୋଖରୀରେ ବୁଡ଼ି କନେଷ୍ଟବଳଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଛୋଟକାନପୁର ଗ୍ରାମରେ। କନେଷ୍ଟବଳ ଚାକିରୀ କରିଥିବା ଦୀପକ ପ୍ରଧାନ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ଫଳରେ ଅକାତ ପାଣିରେ ବୁଡ଼ି ଯାଇଥିଲେ ଦୀପକ।

Advertisment

ବୁଡ଼ିଯାଉଥିବାର ସ୍ଥାନୀୟ ଲୋକ ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେସଙ୍ଗେ ନୀଳଗିରି ମେଡ଼ିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୀପକ ଭଦ୍ରକର ପିରହାଟ ଥାନାରେ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥତା ପାଇଁ ଛୁଟିରେ ଘରକୁ ଆସିଥିଲେ। ଆଜି ପୋଖରୀକୁ ଗାଧାଇବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ। ନୀଳଗିରି ପୁଲିସ ମେଡ଼ିକାଲ ରେ ପହଞ୍ଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Police Constable