Advertisment

ହୃଦଘାତରେ ପୁଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

Police Inspector

Police Inspector

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାର ଅତିରିକ୍ତ ଥାନା ଅଧିକାରୀ ବୀରକିଶୋର ମଲ୍ଲିକଙ୍କର ହୃଦଘାତରେ ପରଲୋକ ହୋଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା।

Advertisment

ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୀରକିଶୋର। ତେଣୁ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଅନେକ ପୁଲିସ ଅଧିକାରୀ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

ଢେଙ୍କାନାଳ ଏସ୍‌ପି କହିଛନ୍ତି, ଯାହା ଜଣାପଡ଼ିଛି ତାଙ୍କୁ ଏକ ବଡ଼ ହାର୍ଟ ଆଟାକ୍ ଆସିଥିଲା। ସେଥିରେ ତାଙ୍କ ମୃତ୍ୟୁ ଘଟିଛି। ଡାକ୍ତର ବି ସେହି କଥା କହୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Advertisment

କେନ୍ଦ୍ରାପଡ଼ା ଆଳିର ବୀରକିଶୋର ମଲ୍ଲିକ ୪ ମାସ ତଳେ ପରଜଙ୍ଗ ଥାନାକୁ ବଦଳି ହୋଇ ଆସିଥିଲେ।

Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe