Advertisment

ମୋ’ ପ୍ରେମିକାକୁ ଡାକ, ନଚେତ୍ ପାଣିକୁ ଡେଇଁପଡ଼ିବି....

ଷ୍ଟିଲ୍‌ସିଟି ରାଉରକେଲାକୁ ସଂଯୋଗ କରିବା ପାଇଁ ବ୍ରହ୍ମଣୀ ଉପରେ ତିଆରି ହେଉଛି ନୂତନ ସେତୁ। ଆଜି ସନ୍ଧ୍ୟା ବେଳେ ସେହି ସେତୁ ଗୋଟିଏ ପିଲର ଉପରେ ଚଢ଼ି ଯାଇଥିଲେ ମୂଷାପାଲି ଗାଁର ବିଷ୍ଣୁ ତୁରୀ।

RKL

RKL

Advertisment

ମୋ’ ପ୍ରେମିକାକୁ ଡାକ ନଚେତ୍ ପାଣିକୁ ଡେଇଁପଡ଼ିବି....। ଆଜି ସନ୍ଧ୍ୟା ବେଳେ ଏମିତି ଚିତ୍ର ଦେଖିବାକୁ ମିଳିଛିଷ୍ଟିଲ୍‌ସିଟି ରାଉରକେଲାକୁ ସଂଯୋଗ କରୁଥିବା ନୂଆ ବ୍ରହ୍ମଣୀ ସେତୁରେ। ଜଣେ ଯୁବକ ପିଲର ଉପରେ ଚଢ଼ି ଚିତ୍କାର କରୁଛନ୍ତି। ଆଉ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ନାକେଦମ୍‌ କରିଛନ୍ତି। ଯାହା ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।

Advertisment

ଷ୍ଟିଲ୍‌ସିଟି ରାଉରକେଲାକୁ ସଂଯୋଗ କରିବା ପାଇଁ ବ୍ରହ୍ମଣୀ ଉପରେ ତିଆରି ହେଉଛି ନୂତନ ସେତୁ। ଆଜି ସନ୍ଧ୍ୟା ବେଳେ ସେହି ସେତୁ ଗୋଟିଏ ପିଲର ଉପରେ ଚଢ଼ି ଯାଇଥିଲେ ମୂଷାପାଲି ଗାଁର ବିଷ୍ଣୁ ତୁରୀ। ଆଉ ଚିତ୍କାର କରି କହୁଥିଲେ ‘ମୋ’ ପ୍ରେମିକାକୁ ଡାକ, ନହେଲେ ନଦୀକୁ ଡେଇଁ ପଡ଼ିବି’। ଥରେ ଦୁଇ ଥର ନୁହେଁ, ସେ ବାରମ୍ୱାର ଏମିତି କହୁଥିଲା। ଆଉ ମଝିରେ ମଝିରେ ଭରା ବ୍ରାହ୍ମଣୀକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ।

ବିଷ୍ଣୁଙ୍କର ଏପରି ଆଚରଣ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତାଙ୍କୁ ବୁଝାଇଥିଲା। ହେଲେ ସେ କିଛି ଶୁଣିବା ମୋଡ୍‌ରେ ନଥିଲେ। ପ୍ରେମିକାଙ୍କୁ ଡାକ, ନହେଲେ ପାଣିକି ଡେଇଁ ପଡ଼ିବି ବୋଲି କହିଥିଲେ। ପୁଲିସ୍‌ ଯେତେ ଡାକିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ।

Advertisment

ମେଘୁଆ ସନ୍ଧ୍ୟାରେ ବିଷ୍ଣୁଙ୍କ ଏପରି ଅଭିନୟ ଦେଖି ହତବାକ ହୋଇଥିଲା ପୁଲିସ୍‌। ପରେ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ିଥିଲା। ଅଗ୍ନିଶମ କର୍ମଚାରୀମାନେ ପିଲର ତଳେ ଭରା ବ୍ରାହ୍ମଣୀ ନଦୀରେ ଜାଲ ବିଛାଇ ଜଗି ରହିଥିଲେ। ଆଉ ସେପାଖରେ କଅଁଳ କଅଁଳ କଥା କହି ତାଙ୍କୁ ବୁଝାଇଥିଲେ ଅଗ୍ନିଶମ ଓ ପୁଲିସ୍‌ କର୍ମଚାରୀମାନେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଏପରି ଅଭିନୟ। ଶେଷରେ ବୁଝିଥିଲେ ବିଷ୍ଣୁ। ଆଉ ପିଲ୍‌ର ତଳକୁ ଓହ୍ଲାଇଥିଲେ। ପୁଲିସ୍‌ ତାଙ୍କୁ ଧରି ଥାନାକୁ ନେଇଥିଲା।

ବିଷ୍ଣୁଙ୍କଠାରୁ ପୂରା ତଥ୍ୟ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ପୁଲିସ୍‌। ଥାନାରେ ପରିବାର ଲୋକ ପହଞ୍ଚିବା ପରେ ବିଷ୍ଣୁଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ଲୋକେ ତାଙ୍କୁ ଧରି ଘରକୁ ନେଇଯାଇଥିବା ଜଣାପଡ଼ିଛି।

ରିପୋର୍ଟ-ରାଉରକେଲାରୁ ପବନ ତିୱାରୀ

Rourkela Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe