Advertisment

ପିଟି ହେଲା ପୁଲିସ୍‌ ଗାଡ଼ି, ୯ ମହିଳା କର୍ମଚାରୀ ଆହତ

ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Accident

Accident

Advertisment

ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ପୁଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଧରି ଗାଡ଼ିଟି କେନ୍ଦ୍ରାପଡ଼ାକୁ ନିର୍ବାଚନୀ ଡ୍ୟୁଟି ଅଭିମୁଖେ ଯାଉଥିଲା। କେନ୍ଦ୍ରାପଡ଼ାରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ବାଣୀବିହାର ସତସଙ୍ଗ ପାର୍କ ଆଗରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୯ ମହିଳା ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି।

Advertisment
Road Accident Bhubaneswar Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe