Advertisment

କାଲି ପଡ଼ିବ ଭୋଟ୍‌, ତା'ପୂର୍ବରୁ ଚାଲିଗଲେ ଡ୍ୟୁଟିରେ ଥିବା ପୁଲିସ ଅଧିକାରୀ

ଆସନ୍ତାକାଲି ମିଜୋରାମ ବିଧାନସଭା ନିର୍ବାଚନ। ରାଜ୍ୟର ୪୦ଟି ଆସନରେ ଭୋଟ ଗ୍ରହଣ ହେବ।

author-image
Madhupriya Mistry
Two policemen deployed for Mizoram poll duty die

Two policemen deployed for Mizoram poll duty die

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତାକାଲି ରାଜ୍ୟର ୪୦ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ଏଠି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ତେବେ ଏହା ପୂର୍ବରୁ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ। ପୋଲିଂ ବୁଥକୁ ଯାଉଥିବା ବେଳେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ରବିବାର ରାତିରେ ଏହି ଦୁର୍ଘଟଣା ହୋଇଛି। ମିଜୋରାମର ଲାଙ୍ଗତଲାଇ ଜିଲ୍ଲାରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ପୁଲିସ କର୍ମଚାରୀ ସଡକ ଦୁର୍ଘଟଣାରେ ଆଖି ବୁଜିଛନ୍ତି। ମୃତ ପୁଲିସ କର୍ମଚାରୀ ଜଣଙ୍କ ହେଲେ ଜେଡ୍‌ ଲାଲମୁଆଞ୍ଜୁଆଲା। ତାଙ୍କ ବୟସ ୩୬ ବର୍ଷ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ରବିବାର ରାତିରେ ଜେଡ୍‌ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ତୁଇଚାଓ୍ୱାଙ୍ଗ ବିଧାନସଭା କ୍ଷେତ୍ରର ଜରୁଲସୁରୀ ଗାଁରେ ଥିବା ମତଦାନ କେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ତାଙ୍କ ଗାଡି ରାସ୍ତା କଡକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ଅନ୍ୟ ଏକ ଘଟଣାରେ ନିର୍ବାଚନ ଡ୍ୟୁଟିରେ ଥିବା ଆଉ ଜଣେ ପୁଲିସକର୍ମୀ ରୋଗ୍ରାକାନ୍ତ ହୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି।

Advertisment

ମିଜୋରାମରେ ବର୍ତ୍ତମାନ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାରରେ ଅଛି। ଜୋରାମଥାଙ୍ଗା ବର୍ତ୍ତମାନ ମିଜୋରାମର ମୁଖ୍ୟମନ୍ତ୍ରୀ ଅଛନ୍ତି। ଚତୁର୍ଥ ଥର ପାଇଁ ଜୋରାମଥାଙ୍ଗାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମିଜୋ ନ୍ୟାସନାଲ ଫ୍ରଣ୍ଟ ଚେଷ୍ଟା କରୁଛି, କିନ୍ତୁ ଏଥର ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟର ଲାଲଡୁହୋମା ଏମାନଙ୍କୁ ଟକ୍କର ଦେଉଛି। ତେଣୁ ଜୋରାମଥାଙ୍ଗା ପୁଣି ଥରେ ଏଠି ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହଜ ହେବ ନାହିଁ ବୋଲି ଆଶା କରାଯାଉଛି। ଏହାରି ଭିତରେ, ଉତ୍ତର-ପୂର୍ବ ରାଜ୍ୟଗୁଡିକରୁ ଏକ ପୁରୁଣା ଗଡ଼କୁ ଫେରାଇ ଆଣିବାକୁ କଂଗ୍ରେସ ମଧ୍ୟ ଚେଷ୍ଟା କରୁଛି। ତେଣୁ ଏଥର ମିଜୋରାମରେ ତ୍ରିକୋଣୀୟ ଲେଢ଼ଇ ହେବ ବୋଲି କୁହାଯାଉଛି।

Accident Mizoram 2023 Assembly Poll