Polling Staff
ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ। କଟକ ହାଡ଼ିବନ୍ଧୁ ସ୍କୁଲ୍ ୧୧୪ ନମ୍ବର ବୁଥ୍ ର ମହିଳା ପୋଲିଂ ଅଫିସର ସୁଜାତା ମିତ୍ରଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣା ଘଭିର ଶୋକ ପ୍ରକାଶ କରିବା ସହ ସୁଜାତା ମିତ୍ରଙ୍କ କସନ୍ତପ ପରିବାରବର୍ଗଙ୍କ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି।
ଆଜି ନିର୍ବାଚନ ଡ୍ୟୁଟି ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ସୁଜାତା। ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ସୁଜାତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1716657141.jpg)