Advertisment

ଭୟଙ୍କର ଦୁର୍ଘଟଣା: ଭୋଜପୁରୀ ଅଭିନେତ୍ରୀ ଓ ଗାୟକଙ୍କ ସମେତ ୯ ମୃତ

ବିହାରର କାଇମୁରରେ ଭୟଙ୍କର ସଡକ ଦୁର୍ଘଟଣା...

author-image
Debibandita Barick
ଅଦ୍ୟତନ ହୋଇଛି
File photo of died persons

File photo of died persons

ବିହାରର କାଇମୁରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ ଏବଂ ଗାୟକ ଛୋଟୁ ପାଣ୍ଡେଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଭୋଜପୁରୀ ଅଭିନେତ୍ରୀ ସିମରନ୍ ଶ୍ରୀବାସ୍ତବ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Advertisment

ପୁଲିସ ସୂଚନା ଅନୁସାରେ, ବିହାରର କାଇମୁର ନିକଟରେ ଏହି ଦୁର୍ଘଟଣା ଘଟିଛି। କାଳାକରମାନଙ୍କୁ ଏସୟୁଭି ଗାଡି, ବାଇକ୍ ଏବଂ ଟ୍ରକ୍ ଧକ୍କା ହୋଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଭିମଲେଶ ପାଣ୍ଡେ(ଛୋଟୁ), ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ, ପ୍ରକାଶ ରାମ, ଦଧିବଲ ସିଂହ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ରା ଏବଂ ବାଗିଶ ପାଣ୍ଡେ।

ଏହି ଦୁର୍ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି, ''କାଇମୁର ଜିଲ୍ଲାର ମୋହାନିଆ ପୁଲିସ ଷ୍ଟେସନ ସ୍ଥିତ ୨ ନଂ ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣାରେ ମୁଁ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।''

Advertisment

Road Accident Accident Bhojpuri Actress Accident In Bihar