Advertisment

ଏୟାରଲିଫ୍ଟରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆପୋଲୋ ଅଣାଗଲା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଜି ଅପରାହ୍ନରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
Prasanna Acharya

Prasanna Acharya

ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଜି ଅପରାହ୍ନରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଛି। ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଂଚ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଭୁବନେଶ୍ୱରରୁ ନିଜ ବରଗଡ଼ ବାସଭବନରୁ ଫେରିବା ସମୟରେ ରେଢ଼ାଖୋଲର ବେଲଡିହି ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଶ୍ରୀ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଆହତ ହୋଇ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସମ୍ବଲପୁରରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଶ୍ରୀ ଆଚାର୍ଯ୍ୟଙ୍କୁ ଆପୋଲୋ ହସ୍ପିଟାଲ ନେବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ଆଚାର୍ଯ୍ୟ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଅଧିକ ପରୀକ୍ଷାନିରୀକ୍ଷା କରୁଛନ୍ତି। ତାଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଛି ଓ ୩୦ରୁ ଅଧିକ ଷ୍ଟିଚ୍ ପଡ଼ିଛି ବୋଲି ଜଣାପଡ଼ିଛି। ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶ୍ରୀ ଆଚାର୍ଯ୍ୟଙ୍କୁ ଅଧିକ ଉତ୍ତମ ଚିକତ୍ସା ଯୋଗାଇ ଦେବା ପାଇଁ ବିଜେଡି ପକ୍ଷରୁ ସବୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ପୁଲିସ ଜବତ କରିଛି ଓ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି।

Advertisment
Prasanna Acharya