Advertisment

୬ ବର୍ଷର ଝିଅ ସହ ୮ ମାସର ଗର୍ଭବତୀ ମା’ ନଦୀରେ ଭାସିଗଲେ!

ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ରାମ ତାଡିଂଙ୍କ ପତ୍ନୀ ହେଉଛନ୍ତି ମତି ତାଡିଂ। ତାଙ୍କର ୬ ବର୍ଷର ଝିଅଟିଏ ଅଛି। ଏବେ ସେ ୮ ମାସର ଗର୍ଭବତୀ। ଅଗଷ୍ଟ ୧୮ ତାରିଖରେ ପ୍ରସବ ପାଇଁ ଡାକ୍ତର ଡେଟ୍‌ ଦେଇଥିଲେ।

Koraput

Koraput

Advertisment

୬ ବର୍ଷର ଝିଅ ସହ ୮ ମାସର ଗର୍ଭବତୀ ମାଆ ଝଞ୍ଜାବତୀ ନଦୀରେ ଭାସି ଗଲେ! ମହିଳା ଜଣକ ପ୍ରସବ ପାଇଁ ମେଡ଼ିକାଲ୍‌ ଆସି ଗତ ଦୁଇ ଦିନ ହେଲା ମାଆ ଗୃହରେ ରହିଥିଲେ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଝଞ୍ଜାବତୀ ନଦୀରେ ପ୍ରବଳ ବନ୍ୟା ପାଣି ପ୍ରବାହିତ ହେଉଛି। ତାହାରି ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ରାମ ତାଡିଂଙ୍କ ପତ୍ନୀ ହେଉଛନ୍ତି ମତି ତାଡିଂ। ତାଙ୍କର ୬ ବର୍ଷର ଝିଅଟିଏ ଅଛି। ଏବେ ସେ ୮ ମାସର ଗର୍ଭବତୀ। ଅଗଷ୍ଟ ୧୮ ତାରିଖରେ ପ୍ରସବ ପାଇଁ ଡାକ୍ତର ଡେଟ୍‌ ଦେଇଥିଲେ। ତେବେ ଗୁରୁବାର ମତି ପ୍ରସବ ବେଦନା ପାଇଥିଲେ। ତେଣୁ ତାଙ୍କ ସ୍ୱାମୀ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଡେଟ୍‌ ହୋଇନଥିବା କହିଥିଲେ ଡାକ୍ତର। ତେଣୁ ସେ ନାରାୟଣପାଟଣା ଉପକଣ୍ଠରେ ନିର୍ମାଣ ହୋଇଥିବା ମାଆ ଗୃହରେ ରହିଥିଲେ।

ମତି ତାଡିଂ ଙ୍କ ପାଖରେ ତାଙ୍କ ସ୍ୱାମୀ ଓ ୬ ବର୍ଷର ଝିଅ ଥିଲେ। ଆଜି ସନ୍ଧ୍ୟାରେ ସ୍ୱାମୀଙ୍କୁ ନକହି ମତି ତାଡିଂ ଓ ତାଙ୍କ ଝିଅ ମାଆ ଗୃହଠାରୁ ୧୦୦ ମିଟର ଦୂରରେ ଥିବା ଝାଞ୍ଜାବତୀ ନଦୀ ପଠାକୁ ଶୈଚ ପାଇଁ ଯାଇଥିଲେ। ଅଭିଯୋଗ ଅନୁସାରେ ମତିଙ୍କ ଝିଅ ନଦୀ ପାଣିରେ ଶୈଚ ବେଳେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ମତି ଭାସି ଯାଇଥିବା ଆଲୋଚନା ହେଉଛି। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନଦୀରେ ପ୍ରଖର ବେଗରେ ପାଣି ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ହେଉଛି।

Advertisment

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖରା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe