/odisha-reporter/media/post_attachments/uploadimage/library/16_9/16_9_0/Car_1697544318.jpg)
Car
ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବେଣାଗାଁ ଛକ ନିକଟ କଟକଣା ରାସ୍ତାକଡ଼ ନୟନଯୋରୀରେ ଏକ କାର ପଡ଼ିଯିବାରୁ ଜଣେ ପୁରୋହିତଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରୁଷୋତ୍ତମ ତ୍ରିପାଠୀ (୩୮)। ତାଙ୍କ ଘର ରାମଚନ୍ଦ୍ରପୁରର ପାଟଳି ଗାଁରେ।
ଗତକାଲି ରାତି ପ୍ରାୟ ୧୦ଟାରେ ସେ ଷୋଳପୂଜା ପାଇଁ ନିରାକାରପୁର ଯାଉଛନ୍ତି କହି ଘରୁ ବାହାରିଥିଲେ। ଆଜି ସକାଳେ ତାଙ୍କ କାରକୁ ନୟନଯୋରୀରେ ଠାବ କରାଯାଇଥିଲା। ଅଧାରୁ ଅଧିକ ବୁଡ଼ିଯାଇଥିବା କାର୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି କାରଟିକୁ ପାଣିରୁ ବାହାର କରିଥିଲେ।
ନୟନଯୋରୀରୁ ଉଦ୍ଧାର ହୋଇଥିବା କାରକାର୍ ଭିତରେ କେବଳ ପୁରୁଷୋତ୍ତମ ତ୍ରିପାଠୀଙ୍କ ମୃତଦେହ ଥିଲା। ଭାରସାମ୍ୟ ହରାଇ କାରଟି ନୟନଯୋରୀରେ ପଡ଼ିଯାଇଥିବା କୁହାଯାଉଛି। ତେବେ ପ୍ରକୃତରେ କ’ଣ ଘଟିଛି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ।
ପୁରୁଷୋତ୍ତମଙ୍କ ଭାଇ ପ୍ରିୟବ୍ରତ ତ୍ରିପାଠୀ ଏନେଇ କଣାସ ଥାନାରେ ଏକ ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା କଣାସ ଥାନା ଆଇଆଇସି ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
