Advertisment

ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ

ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ କୋହ୍ଲ ଗାଁର ସୁଶାନ୍ତ ମାଝୀଙ୍କୁ ଗିରଫ କରିଥିଲା ତିହିଡି ଥାନା ପୁଲିସ୍‌। ପରେ ତାଙ୍କୁ ଭଦ୍ରକ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Bhadrak

Bhadrak

ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍‌ ଯାଇଥିଲେ। ହେଲେ ଆଜି ସେ ଜେଲ୍‌ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ କୋହ୍ଲ ଗାଁର ସୁଶାନ୍ତ ମାଝୀଙ୍କୁ ଗିରଫ କରିଥିଲା ତିହିଡି ଥାନା ପୁଲିସ୍‌। ପରେ ତାଙ୍କୁ ଭଦ୍ରକ ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲା। ତେବେ ଆଜି ଅପରାହ୍ନରେ ସୁଶାନ୍ତ ଶୌଚାଳୟ ଯାଇଥିଲେ। ସେହି ସମୟରେ ସେ ଏକ ଧାରୁଆ ଅସ୍ତ୍ରରେ ନିଜ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟି ଦେଇଥିଲେ। ଜେଲ କର୍ମଚାରୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ସୁଶାନ୍ତଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ସୁଶାନ୍ତ ଜେଲ୍‌ ଭିତରେ ଧାଆରୁ ଅସ୍ତ୍ର କେଉଁଠୁ ଆଣିଲେ? ଶୁଣିବାକୁ ମିଳୁଛି, ମଶା ଧୂପ ଷ୍ଟାଣ୍ଡରେ ସେ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟିଥିବା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଜେଲ କର୍ତ୍ତୃପକ୍ଷ।

Advertisment

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ

Bhadrak News Bhadrak Bhadrak Hospital