Advertisment

ଲ୍ୟାଣ୍ଡ ବେଳେ ରନୱେରୁ ଖସିଲା ବିମାନ, ଦି’ଖଣ୍ଡ ହେବା ପରେ ଲାଗିଗଲା ନିଆଁ

କ୍ରାଶ ବେଳେ ବିମାନରେ ୬ ଜଣ ଯାତ୍ରୀ ଓ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୮ ଜଣ ଲୋକ ଥିଲେ।

author-image
Hemant Lenka
Flight

Flight

ମୁମ୍ବାଇ ଏୟାରପୋର୍ଟରେ ପ୍ରବଳ ବର୍ଷା ଯୋଗୁ ବଡ଼ ଅଘଟଣ ଘଟିଛି। ଗୋଟିଏ ଘରୋଇ ଚାର୍ଟାର୍ଡ ବିମାନ ଆଜି ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରୁଥିବା ବେଳେ ରନୱେରୁ ଖସି ଯାଇଛି। ବିମାନଟି ରନୱେରୁ ଖସିବା ପରେ ଦି’ ଖଣ୍ଡ ହୋଇଯିବା ସହ ଏଥିରେ ନିଆଁ ମଧ୍ୟ ଲାଗି ଯାଇଛି।

Advertisment

କ୍ରାଶ ବେଳେ ବିମାନରେ ୬ ଜଣ ଯାତ୍ରୀ ଓ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୮ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ଅବସ୍ଥା କେତେ ଗୁରୁତର ରହିଛି, ସେକଥା ଜଣାପଡ଼ିନି।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ମୁମ୍ବାଇ ଏୟାରପୋର୍ଟର ରନୱେ ନମ୍ବର ୨୭ ନିକଟରେ ଘଟିଛି। ମୁମ୍ବାଇ ଏୟାରପୋର୍ଟରୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ରନ ୱେ କଡ଼ରେ ବିମାନର କିଛି ଅଂଶ ପଡ଼ି ରହିଛି। ଏଥିରୁ ନିଆଁ ବାହାରୁ ଥିବା ବେଳେ ଅଗ୍ନିଶମ ବାହିନୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛି। ନିଆଁ ଲିଭାଇବାକୁ ସେମାନଙ୍କୁ ବେଶ କିଛି ସମୟ ମଧ୍ୟ ଲାଗିଥିଲା।

Advertisment

ଡିଜିସିଏ କହିଛି ଯେ ଦୁର୍ଘଟଣାଗ୍ରସ୍ତ ଚାର୍ଟାର୍ଡ ବିମାନଟି ବେଙ୍ଗାଲୁରୁ ଭିତ୍ତିକ ଭିଏସ୍‌ଆର ଭେନଚର ସଂସ୍ଥାର Learjet 45। ଏହା ବୀର ନାଁରେ ମଧ୍ୟ ପରିଚିତ।  ବିମାନଟି ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ମୁମ୍ବାଇ ଆସିଥିଲା। କିନ୍ତୁ ଏଠାରେ ଲ୍ୟାଣ୍ଡ ବେଳେ ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣା ଘଟିଛି।

ପ୍ରବଳ ବର୍ଷା ଓ ଦୁର୍ଘଟଣା ଯୋଗୁ ଏହି ରନୱେଟି ଆଜି କିଛି ମିନିଟ ପାଇଁ ବନ୍ଦ ରହିଥିଲା। ଏଥିଯୋଗୁ ଭିସ୍ତାର ଏୟାରଲାଇନ୍ସର ଗୋଟିଏ ବିମାନକୁ ଗୋଆର ମୋପା ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା। ଏହି ବିମାନଟି ଉତ୍ତରାଖଣ୍ଡରୁ ମୁମ୍ବାଇ ଆସିବାର ଥିଲା।

Mumbai Plane Crash