Advertisment

ପ୍ଲାଷ୍ଟିକ ଗୋଡାଉନରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

14 ମାଇଲ ଅଞ୍ଚଳକୁ ବ୍ୟାପିଥିବା ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ।

author-image
Debibandita Barick
Fire Breaks Out Image

Fire Breaks Out Image

ଏକ ପ୍ଲାଷ୍ଟିକ ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ। 14 ମାଇଲ ଅଞ୍ଚଳକୁ ବ୍ୟାପିଥିବା ଆସାମର ଏକ ପ୍ଲାଷ୍ଟିକ ଗୋଡାଉନରେ ନିଆଁ ଲାଗିଯାଇଛି। ଫଳରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

Advertisment

ଆଜି ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାମରୁପ ମେଟ୍ରୋ ଜିଲ୍ଲାରେ ଥିବା ଜୋରବାତ ପ୍ଲାଷ୍ଟିକ ଗୋଡାଉନରେ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ପୁଲିସ କହିଛି ଯେ, ଏହି ଗୋଡାଉନ 14 ମାଇଲ ଅଞ୍ଚଳକୁ ବ୍ୟାପିଥିଲା। ତେଣୁ ବହୁତ ପରିମାଣରେ କ୍ଷୟକ୍ଷତି ହୋଇଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସୌଭାଗ୍ୟ ବଶତଃ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ। 

Advertisment
Fire Incident Fire Breaks Out In Plastic Godown