Advertisment

ପୁରୀ ବାଣ ବିସ୍ଫୋରଣ ଘଟଣା; ସୁସ୍ଥ ହୋଇ ଫେରିଲେ ଆଉ ୨ଜଣ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଜଣଙ୍କୁ ପୁଲିସ ଅଟକ ରଖିଥିଲେ ବି, ଏଯାଏଁ କାହାକୁ ଗିରଫ କରାଯାଇନି।

ଅଦ୍ୟତନ ହୋଇଛି
Puri blast

Puri blast

Advertisment

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ୨ଜଣଙ୍କୁ ଡିସଚାର୍ଜ କରାଯାଇଛି। ସେମାନେ ହେଲେ ନାବାଳକ ବଳରାମ ଦାସ ଓ ମନମୋହନ ବେହେରା (୨୪) ବର୍ଷ। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୮ ଜଣ  ସୁସ୍ଥ ହୋଇ ଘରକୁ ଫେରିଥିବା ଏସଆରସି ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି। 

Advertisment

ସେହିପରି ବର୍ତ୍ତମାନ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ସମସ୍ତ ଆହତ ବ୍ୟକ୍ତିଙ୍କ ସୂଚାରୁ ଭାବେ ଚିକିତ୍ସା ଚାଲିଥିବା ସୂଚନା ଦିଆଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ପୁଲିସ ଅଟକ ରଖିଥିଲେ ବି, ଏଯାଏଁ କାହାକୁ ଗିରଫ କରାଯାଇନି।

ସୂଚନାଯୋଗ୍ୟ,  ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଲୋକେ ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେମାନଙ୍କ ମଧ୍ୟରେ କିଛି ଶିଶୁ ଓ ନାବଳକ ମଧ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ।

Advertisment
Puri Firecracker Explosion Puri Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe