/odisha-reporter/media/post_attachments/uploadimage/library/16_9/16_9_0/IMAGE_1690978190.jpeg)
wall collapse
ଲଗାଣ ବର୍ଷା ନେଲା ଜୀବନ। ଦୁଇଟି ଘଟଣାରେ କାନ୍ଥ ଭୁଶୁଡ଼ିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି।
ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାହବେଡ଼ାର ଗାଁରେ ବର୍ଷା ଭିଜିଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣଙ୍କ ଜୀବନ ଯାଇଛି। ମୃତକ ଏହି ଗ୍ରାମର ଶ୍ରୀମତି ଲୋହାର।
ସେ ଘରେ ଥିବା ବସିଥିବା ବେଳେ ଘଟଣା ଘଟିଥିଲା। କାନ୍ଥ ତଳୁ ତାଙ୍କୁ ବାହାର କରିବା କଷ୍ଟକର ହେବାରୁ ପଡ଼ୋଶୀ ଦମକଳ ବାହିନୀକୁ ସହାୟତା ନିମନ୍ତେ ଡାକିଥିଲେ। ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଭଙ୍ଗା ଘର ତଳୁ ଉଦ୍ଧାର କରିଥିଲା। ମୃତକଙ୍କ ପରିବାର ଲୋକେ ଖୁବ୍ ଗରିବ ହୋଇଥିବା ବେଳେ ପକ୍କାଘର ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ। ସରକାରୀ ଦାୟିତ୍ୱହୀନତାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।
ସେହିପରି ଆଜି ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ଗୋଟିଏ ପରିବାର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି। କାନ୍ଥ ପଡ଼ିଯିବା ପରେ ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନା ନେଇଥିଲେ।
ଏମାନଙ୍କ ମଧ୍ୟରେ ୫ଶିଶୁ ଓ ଜଣେ ମହିଳା ରହିଛନ୍ତି। ଏହି ଦୁର୍ଘଟଣାରେ ୧୦ ବର୍ଷିୟ ଶିଶୁ ତୁଷାର ନାୟକଙ୍କ ଅବସ୍ଥା ଗୁରୁତର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
