ଘଉଡ଼େଇବା ସମୟରେ ହାତୀ ହାବୁଡ଼ରେ ପଡ଼ିଗଲେ ରେଞ୍ଜର। ହାତୀଟି ତାଙ୍କୁ ଗୋଡ଼ରେ ଦଳିଦେଲା। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ। ରେଞ୍ଜରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଞ୍ଜର ଜଣଙ୍କ ହେଲେ ପ୍ରଶାନ୍ତ ପାଲ ।
ନର୍ଲା ରେଞ୍ଜ ନିକଟରରେ ଥିବା ରତନପୁର ଗାଁରେ ଗତକାଲି ରାତିରେ ଏକ ହାତୀ ପଶି ଉପଦ୍ରବ କରିଥିଲା। ଏନେଇ ଗ୍ରାମବାସୀ ବନ କର୍ମଚାରୀକୁ ଖବର ଦେଇଥିଲେ। ଆଜି ସକାଳେ ନର୍ଲା ରେଞ୍ଜର ରେଞ୍ଜର ପ୍ରଶାନ୍ତ ଓ ଅନ୍ୟ ବନ କର୍ମଚାରୀ ହାତୀ ଘଉଡ଼େଇବା ପାଇଁ ରତନପୁର ଗାଁରେ ପହଞ୍ଚିଥିଲେ।
Also Read
ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼େଇବା ସମୟରେ ରେଞ୍ଜର ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ପରେ ଅନ୍ୟ ବନ କର୍ମଚାରୀମାନେ ମିଶି ହାତୀଟିକୁ ଘଉଡ଼େଇ ଦେଇଥିଲେ। ରେଞ୍ଜରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Accident
ଜଳିଗଲା ଧାନ ଗଦା, ୧୩ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Accident
ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର
ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।