Advertisment

ରେଞ୍ଜରଙ୍କୁ ଦଳି ଦେଲା ଦନ୍ତା

ନର୍ଲା ରେଞ୍ଜ ନିକଟରରେ ଥିବା ରତନପୁର ଗାଁରେ ଗତକାଲି ରାତିରେ ଏକ ହାତୀ ପଶି ଉପଦ୍ରବ କରିଥିଲା।

ଅଦ୍ୟତନ ହୋଇଛି
undefined

Elephant

Advertisment

ଘଉଡ଼େଇବା ସମୟରେ ହାତୀ ହାବୁଡ଼ରେ ପଡ଼ିଗଲେ ରେଞ୍ଜର। ହାତୀଟି ତାଙ୍କୁ ଗୋଡ଼ରେ ଦଳିଦେଲା।  ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ। ରେଞ୍ଜରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଞ୍ଜର ଜଣଙ୍କ ହେଲେ ପ୍ରଶାନ୍ତ ପାଲ ।

Advertisment

ନର୍ଲା ରେଞ୍ଜ ନିକଟରରେ ଥିବା ରତନପୁର ଗାଁରେ ଗତକାଲି ରାତିରେ ଏକ ହାତୀ ପଶି ଉପଦ୍ରବ କରିଥିଲା। ଏନେଇ ଗ୍ରାମବାସୀ ବନ କର୍ମଚାରୀକୁ ଖବର ଦେଇଥିଲେ। ଆଜି ସକାଳେ ନର୍ଲା ରେଞ୍ଜର ରେଞ୍ଜର ପ୍ରଶାନ୍ତ ଓ ଅନ୍ୟ ବନ କର୍ମଚାରୀ ହାତୀ ଘଉଡ଼େଇବା ପାଇଁ ରତନପୁର ଗାଁରେ ପହଞ୍ଚିଥିଲେ। ‌

ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡ଼େଇବା ସମୟରେ ରେଞ୍ଜର ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ପରେ ଅନ୍ୟ ବନ କର୍ମଚାରୀମାନେ ମିଶି ହାତୀଟିକୁ ଘଉଡ଼େଇ ଦେଇଥିଲେ। ରେଞ୍ଜରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

Advertisment
Kalahandi Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe