Advertisment

ରାୟଗଡ଼ା କଲର୍ଭଟ ଭୁଶୁଡ଼ିବା ଘଟଣା: ୩ ଯନ୍ତ୍ରୀ ନିଲମ୍ୱିତ

ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି, ଜେଇ ରାଜେଶ ମଣ୍ଡଳ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
undefined

Bridge

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଉପରସଜା ଗାଁରେ କଲର୍ଭଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। RD ବିଭାଗର ୩ ଜଣ ଯନ୍ତ୍ରୀଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ୩ ଯନ୍ତ୍ରୀଙ୍କୁ ନିଲମ୍ବନ ନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି, ଜେଇ ରାଜେଶ ମଣ୍ଡଳ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

Advertisment

ସେହିପରି ଠିକାଦାରଙ୍କ ନାଁରେ କଲ୍ୟାଣସିଂହପୁର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଥାଉକି, ଗତକାଲି ଉପରସଜା ଗାଁଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗିଯିବାରୁ ୪ଜଣ ଶିଶୁଙ୍କ ସମେତ ମୋଟ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ପିଲାମାନେ ସକାଳେ ସେହି କଲର୍ଭଟ ନିକଟରେ ଗାଧେଉଥିବାବେଳେ ବର୍ଷା ଜଳରେ ସେହି କଲର୍ଭଟଟି ଭୁଶୁଡ଼ି ପଡ଼ିଥିଲା। ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

Rayagada Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe