Advertisment

ସରିଲା ଟ୍ରାକ୍‌ ମରାମତି; ଗଲା ପ୍ରଶାନ୍ତି ଏକ୍ସପ୍ରେସ୍‌

ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ।

author-image
Manoranjan Sial
undefined

Train

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ମରାମତି ସରିବା ପରେ ଗଡ଼ିଲା ଟ୍ରେନ୍‌। ଅପ୍‌ ଲାଇନ୍‌ରେ ଟ୍ରାଏଲ୍‌ ରନ୍‌ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍‌। ମରାମତି ପରେ ଅର୍ଥାତ ଅପରାହ୍ନ ୨ଟା ୩୬ ମିନିଟ୍‌ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍‌। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା ଦେଇଛି।

Advertisment

ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ। ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ୍‌ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଉଛି। ଏଥିସହ ଟ୍ରାକ୍‌ ମରାମତି ଓ ବଦ୍ୟୁତ୍‌ କନେକସନ୍‌ ଦିଆଯାଉଛି। ମରାମତି କାମରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍‌ ମରାମତି କାମ ସରିଲା। ଟ୍ରାକ୍‌ ମରାମତି ପରେ ପ୍ରଥମେ ଟ୍ରାଏଲ୍‌ ହେଲା। ତା’ପରେ ପ୍ରଶାନ୍ତି ଏକ୍ସପ୍ରେସ ଯାଇଛି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ୍‌ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି। ସେହିପରି ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ୍‌ କଣ୍ଟକପାଲିକୁ ଫେରାଇ ନିଆଯାଇଛି। ବାକି କୋଚ୍‌ ଗୁଡ଼ିକ ଟ୍ରାକ୍‌ ପାର୍ଶ୍ୱରେ ପଡ଼ି ରହିଛି।

Train Accident