Advertisment

ଧକ୍କା ଦେଇ ଘୋଷାଡ଼ି ନେଲେ ମହିଳା କାର୍‌ ଚାଳକ, ଚାଲିଗଲା ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନଙ୍କ ଜୀବନ

ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନଙ୍କୁ ଘଟଣା ସ୍ଥଳରୁ ୧୦ ଫୁଟ ଦୂରକୁ ଘୋଷାଡ଼ି ନେଲେ। ବାସ ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

author-image
Hemant Lenka
car

car

ପ୍ରଥମେ କାର୍‌ ଧକ୍କା ଦେଲା। ଧକ୍କା ହେବା ଯୋଗୁ କାରର ବାମ ପଟ ଚକାରେ ଲାଖିଗଲେ ଜଣେ ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନ। ଏକଥା ମହିଳା କାର ଚାଳକ ଜାଣିପାରିଲେ ନାହିଁ। ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନଙ୍କୁ ଘଟଣା ସ୍ଥଳରୁ ୧୦ ଫୁଟ ଦୂରକୁ ଘୋଷାଡ଼ି ନେଲେ। ବାସ ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଭୟଙ୍କର କାର ଦୁର୍ଘଟଣା ରାଜସ୍ଥାନର ଜୟପୁରରେ ଘଟିଛି। ଏହାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Advertisment

ପ୍ରାଣ ହରାଇଥିବା ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନ ଜଣଙ୍କ ହେଲେ ନରସାରମ ଜାଜ୍ରା। ଅଗଷ୍ଟ ୧୫ ତାରିଖ ଦିନ ସକାଳେ ଏହି ଘଟଣା ଘଟିଛି। ଅବସରପ୍ରାପ୍ତ ଆର୍ମି କ୍ୟାପ୍ଟେନ ଜାଜ୍ରା ସାଇକେଲରେ ଚିତ୍ରକୋଟ ଷ୍ଟାଡିୟମକୁ ଯାଉଥିଲେ।

ଏହି ସମୟରେ ଦ୍ରୁତଗତିରେ କାରଟି ଆସି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ସେ ଚକାରେ ଲାଖିଥିବା ବେଳେ କାର ଚାଳକ ତାଙ୍କୁ ୧୦ ଫୁଟ ଯାଏ ଘୋଷାଡ଼ି ନେଇଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ହିଁ ଜାଜ୍ରାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଘଟଣା ପରେ କାର ଚାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି। କିନ୍ତୁ ସିସିଟିଭିରୁ ତାଙ୍କୁ ଚିହ୍ନଟ କରାଯାଇଛି। ଘଟଣା ବେଳେ କାରକୁ ଜଣେ ମହିଳା ଚଳାଉଥିଲେ। ପାଖ ସିଟରେ ତାଙ୍କ ପିଲା ମଧ୍ୟ ବିସିଥିଲା। ପୁଲିସ୍‌ ମହିଳାଙ୍କୁ ଧରିବା ପାଇଁ ଏବେ ଉଦ୍ୟମ କରୁଛି।

Accident Rajasthan