Advertisment

ଦହିବରା ଖାଉଥିଲେ, ୧୦ଫୁଟ୍‌ ତଳକୁ ଖସିପଡ଼ିଲା କାର୍‌

ଆଜି ସକାଳେ କାର୍‌ରେ ୩ ଜଣ ବ୍ୟକ୍ତି କଟକରୁ ବାଙ୍କୀ ଯାଉଥିଲେ।

Accident

Accident

Advertisment

ରାସ୍ତାକଡ଼ରେ ଗାଡ଼ି ରଖି ଦହିବରା ଖାଉଥିଲେ। ହଠାତ୍‌ ଗାଡ଼ିଟି ତଳକୁ ଗଡ଼ି ଯାଇ ୧୦ଫୁଟ୍‌ ତଳକୁ ଖସି ପଡ଼ିଲା। ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ଗୋଲେଇ ଛକରେ। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ।

Advertisment

ଆଜି ସକାଳେ କାର୍‌ରେ ୩ ଜଣ ବ୍ୟକ୍ତି କଟକରୁ ବାଙ୍କୀ ଅଭିମୁଖେ ଯାଉଥିଲେ। ଜାତମୁଣ୍ଡିଆ ଗୋଲେଇ ଛକର ରାସ୍ତାକଡ଼ରେ କାର୍‌ ରଖି ଚାଳକଙ୍କ ସମେତ ୩ ଜଣ ବ୍ୟକ୍ତି ଦହିବରା ଖାଇବାକୁ ଯାଇଥିଲେ। ଦହିବରା ଖାଇବା ସମୟରେ କାର୍‌ଟି ତଳକୁ ଗଡ଼ିଯାଇ ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। କାର୍‌ଟି ହଠାତ୍ ତଳକୁ ଖସିପଡ଼ିବା ନେଇ ସମସ୍ତେ ଭୟବୀତ ହୋଇପଡ଼ିଥିଲେ। ଏହି ସମୟରେ କାର୍‌ରେ କେହି ନଥିଲେ।

ଗାଡ଼ି ରଖିଥିବା ସ୍ଥାନଟି ଗଡ଼ଣିଆ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। କାର୍‌ଟିକୁ କ୍ରେନ ସାହାଯ୍ୟରେ ଉଠାଇବାକୁ ଉଦ୍ୟମ କରାଯାଉଛି। କାର୍‌ରେ କିଛି କ୍ଷୟକ୍ଷତି ହୋଇନାହିଁ। ୩ରୁ ୪ ଦିନ ତଳେ କାର୍‌ଟି କିଣାଯାଇଥିଲା।

Advertisment
Roadaccident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe