Advertisment

ଚକମା ଦେଖାଇ ଖସି ଯାଉଥିଲା ପିକ୍‌ଅପ୍ ଭ୍ୟାନ୍; ରାସ୍ତାକଡ଼କୁ ଓଲଟି ପଡ଼ିଲା

ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଓ ହେଲପର ସମେତ ୩ ଜଣ ଫେରାର ହୋଇଯାଇଥିଲେ।

Accident

Accident

Advertisment

ବନ ବିଭାଗକୁ ଚକମା ଦେଖାଇ ଖସି ଯାଉଥିଲା। ରାସ୍ତାକଡ଼କୁ ଓଲଟି ପଡ଼ିଲା ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ୩ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇ ଫେରାର ହୋଇଯାଇଛନ୍ତି। ବନ ବିଭାଗ ପିକ୍‌ଅପ୍ ଭ୍ୟାନରୁ ଚୋରା କାଠ ଜବତ କରିଛି। ଯାହାର ଆନୁମାନିକମୂଲ୍ୟ ୫୦ ହଜାରରୁ ଅଧିକ ହେବ।

Advertisment

ଗତକାଲି ବନ ବିଭାଗର ଏକ ଟିମ୍ ସହିଦନଗରର ବାରୁଅ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରି ସହିଦନଗର ରାସ୍ତା ଦେଇ ଧାମନଗରକୁ ଫେରୁଥିଲେ। ଏହି ସମୟରେ ଭଦ୍ରକ ପଟରୁ ଏକ ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ମଙ୍ଗଳପୁର ଦେଇ ଧାମନଗର ଆଡ଼କୁ ଦ୍ରୁତଗତିରେ ଆସୁଥିଲା। ଆନନ୍ଦ ବଜାର ନିକଟରେ ବନ ବିଭାଗ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା।ହେଲେ ଗାଡ଼ିଟି ଅଟକି ନଥିଲା। ବନ ବିଭାଗ କର୍ମଚାରୀ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲା। ବନ ବିଭାଗ କର୍ମଚାରୀ ମଧ୍ୟ ଗାଡ଼ିଟିକୁ ପିଛା କରିଥିଲେ।

ମଙ୍ଗଳପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିଟି ଧାମନଗର ଆଡ଼କୁ ବୁଲିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଓ ହେଲପର ସମେତ ୩ ଜଣ ଫେରାର ହୋଇଯାଇଥିଲେ। ବନ ବିଭାଗ ଚୋର କାଠକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe