/odisha-reporter/media/post_attachments/uploadimage/library/16_9/16_9_0/Accident_1734667535.jpg)
Accident
କାର୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଗଲା ସ୍କୁଲ ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ୫୦ ଛାତ୍ରଛାତ୍ରୀ। ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ହାଉସ୍ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
Advertisment
ଆଜି ସକାଳେ ବସ୍ଟି ୫୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ହାଉସ୍ ଛକ ନିକଟରେ ବସ୍ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।
ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
