ଲଗାଣ ବର୍ଷାର ପ୍ରଭାବରେ ଧସିଲା ପାହାଡ । ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ହେଉଛି । ବର୍ଷା ପ୍ରଭାବରେ ଆଜି ଗୁମ୍ମା ବ୍ଲକରେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଏହି ଜିଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି ।
ପ୍ରାୟ ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ଲାଗି ରହିଛି। ଆଜି ସକାଳୁ ବି ପ୍ରବଳ ବର୍ଷା ଲାଗି ରହିଥିଲା। ହୋଇଥିଲା । ଫଳରେ କୁଜାସିଂ-ଅଢ଼େଇ ଗାଁ କୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିଲା ।
ପାହାଡ ଧସିବା ଯୋଗୁ ସେହି ପିଚୁ ରାସ୍ତାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି । ସକାଳୁ ସକାଳୁ ଏହି ଘଟଣା ଘଟିଥିବା ବେଳେ ଭାଗ୍ୟବଶଃତ କୌଣସି ଧନଜୀବନ ହାନୀ ହୋଇ ନାହିଁ।
କୁଜାସିଂଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭର ଥିବା ବେଳେ ସେମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଏନେଇ ଗୁମା ବ୍ଲକ ବିଡିଓ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସୂଚନା ଦିଆଯାଇଛି। ତୁରନ୍ତ ରାସ୍ତାରୁ ପଥର ହଟାଇ ରାସ୍ତା ସଫା କରିବାକୁ କୁହାଯାଇଛି।