Advertisment

NHରେ ଦବିଲା ରାସ୍ତା, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପ ବର୍ତ୍ତିଲା ଟ୍ରକ୍‌

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଏକ ମାନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତେବେ ଡୁମୁଡୁମା ନିକଟସ୍ଥ ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଆଉ ଆଗକୁ ଗଡ଼ିନଥିଲା ଟ୍ରକ୍‌।

author-image
Manoranjan Sial
ଅଦ୍ୟତନ ହୋଇଛି
NH

NH

ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ (NH)ରେ ଦବିଗଲା ରାସ୍ତା। ଓଭରବ୍ରିଜ୍‌ ପାର୍ଶ୍ୱରେ ରାସ୍ତା ଦବି ଯାଇଛି। ଖାଲି ଟ୍ରକ୍‌ ଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। କିନ୍ତୁ ଲୋଡେଲ୍‌ ଟ୍ରକ୍‌ ବା ବସ ହୋଇଥାଆନ୍ତା, ତାହାହେଲେ କେତେ ବଡ଼ ଯେ ଦୁର୍ଘଟଣା ଘଟିଥାଆନ୍ତା, ତାହା ଅନୁମାନ କରି ହେଉଥିବ। 

Advertisment

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଏକ ମନି ଟ୍ରକ୍‌ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତେବେ ଡୁମୁଡୁମା ନିକଟସ୍ଥ ଜାତୀୟ ରାଜପଥର ଓଭରବ୍ରିଜ୍‌ ପାର୍ଶ୍ୱରେ ହଠାତ୍‌ ଟ୍ରକ୍‌ ଚକା ଦବି ଯାଇଥିଲା। ଆଉ ଆଗକୁ ଗଡ଼ି ନଥିଲା ଟ୍ରକ୍‌। ଦେଖୁ ଦେଖୁ ଟ୍ରକ୍‌ ଚକା ଦବି ଯାଇଥିଲା। ଦୀର୍ଘ ସମୟ ଧରି ଫସି ରହିଥିଲା।

ଟ୍ରକ୍‌ ଡାଲା ଖାଲିଥିବାରୁ ସେମିତି କିଛି ବଡ଼ ଧରଣର ଦୁର୍ଘଟଣା ଘଟି ନଥିଲା। ଖବର ପାଇ ଏନ୍‌ଏଚ୍‌ଏଆଇ ଓ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷ ପହଞ୍ଚିଥିଲେ। ଫସିଥିବା ଟ୍ରକ୍‌କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ସେହି ଅଞ୍ଚଳ ଦେଇ ଯିବା ଆସିବା ନକରିବାକୁ ପାଇଁ ପରାମର୍ଶ ଦିଆଯାଇଛି।

Advertisment

ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏଆଇପିଏଲ୍‌ର କର୍ମଚାରୀଙ୍କ କହିବା ଅନୁସାରେ ଯାଞ୍ଚ ସରିଛି। ରାସ୍ତା ମରାମତି ପାଇଁ ଟିମ୍‌ ଆସୁଛନ୍ତି। ଆଜି ରାତି ସୁଦ୍ଧା ମରାମତି କରାଯାଇ ରାସ୍ତା ସ୍ୱାଭାବିକ କରାଯିବ ବୋଲି ସଂସ୍ଥାର କର୍ମଚାରୀ ଜଣକ କହିଛନ୍ତି।

ବ୍ୟସ୍ଥ ବହୁଳ ୧୬ ନମ୍ବର ଜାତୀୟ ରାଜପଥର ଡୁମ୍‌ଡୁମା ଦେଇଯାଇଥିବା ଏନ୍‌ଏଚ୍‌କୁ ଏଆଇପିଏଲ୍‌ ଠିକା ସଂସ୍ଥା କରିଥିଲା। ନିମ୍ନମାନର କାମ ଯୋଗୁ ଏମିତି ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ଏହାକୁ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି।

Bhubaneswar Bhubaneswar News NHAI